ବାଂଲାଦେଶରେ ମିଳିମିଳା ଆତଙ୍କ: ୧,୩୮୯ ମୃତ, ୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

(WORLD SECTION) BANGLADESH DHAKA DIARRHEA
(140410) -- DHAKA, April. 10£¬2014 (Xinhua) -- Parents hold their children suffering from diarrhea at the International Center for Diarrhea Disease Research of Bangladesh (ICDDRB) in Dhaka, Bangladesh, April 10, 2014. The severe diarrhea epidemic hits Bangladesh for the first time this year. (Xinhua/Shariful Islam) ****Authorized by ytfs****

ଢାକା: ବାଂଲାଦେଶରେ ମିଳିମିଳା ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ଚଳିତ ବର୍ଷ ଏହି ରୋଗରେ ୧,୩୮୯ ଜଣଙ୍କ ମୃତ୍ୟୁ ଘଟିସାରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ରବିବାର ସକାଳ ସୁଦ୍ଧା ଆଉ ୧,୨୬୯ଟି ସନ୍ଦିଗ୍ଧ ମିଳିମିଳା ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ମୋଟ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା ୨,୬୫,୦୭୪କୁ ବୃଦ୍ଧି ପାଇଛି।

ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୫ରୁ ଏପର୍ଯ୍ୟନ୍‌ତ ବାଂଲାଦେଶରେ ମୋଟ ୨,୩୭,୬୪୭ ଜଣ ସନ୍ଦିଗ୍ଧ ମିଳିମିଳା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୨୮,୪୯୫ ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗତ ମାସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶରେ ମିଳିମିଳା ମହାମାରୀ ସ୍ଥିତି ପାଇଁ ସରକାରୀ ଅବହେଳା ଓ ଦଶନ୍ଧି ପୁରୁଣା ଟିକାକରଣ ବ୍ୟବସ୍ଥାରେ ସ୍ଥାଣୁତାକୁ ଦାୟୀ କରିଥିଲେ। ହସିନା ଅଭିଯୋଗ କରିଥିଲେ ଯେ, ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ପୂର୍ବତନ ଅନ୍ତରୀଣ ପ୍ରଶାସନର ରାଜନୈତିକ ଓ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ଟିକା କ୍ରୟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।

ଫଳରେ ଟିକାକରଣରେ ବ୍ୟାପକ ଅଭାବ ସୃଷ୍ଟି ହୋଇଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୬ ମାର୍ଚ୍ଚରେ ବାଂଲାଦେଶର ମିଳିମିଳା-ରୁବେଲା ଟିକା ମହଜୁଦ ଶେଷ ହୋଇଯାଇଥିଲା। ଏହା ପରେ ଟିକାକରଣ ହାରରେ ତୀବ୍ର ହ୍ରାସ ଘଟିଥିଲା। ନିର୍ଦ୍ଧାରିତ ସମୟରେ ଅତିରିକ୍ତ ଟିକାକରଣ ଅଭିଯାନ ଆରମ୍ଭ କରିବାରେ ମଧ୍ୟ କର୍ତ୍ତୃପକ୍ଷ ବିଫଳ ହୋଇଥିବା ସେ ଦାବି କରିଥିଲେ।

Share