ଭୁବନେଶ୍ୱର: ଟାଟା ପାୱାର ଅଧୀନରେ କାର୍ଯ୍ୟରତ ବିଦ୍ୟୁତ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି (ରବିବାର) ବିଧାନସଭା ସମ୍ମୁଖରେ ଆନ୍ଦୋଳନକାରୀମାନେ ସାର୍ଟ ଖୋଲି ପ୍ରତିବାଦ ଜଣାଇଛନ୍ତି।
ଅନ୍ୟପକ୍ଷରେ, ଛଟେଇ ହୋଇଥିବା ସମସ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି, ସର୍ବନିମ୍ନ ମଜୁରି ପ୍ରଦାନ, ଭବିଷ୍ୟତରେ ଛଟେଇ ନକରିବାକୁ ଲିଖିତ ପ୍ରତିଶ୍ରୁତି ଏବଂ ଶ୍ରମ ଆଇନ ଉଲ୍ଲଂଘନର ତଦନ୍ତ ଦାବିରେ ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ମଞ୍ଚର ସଭାପତି ପବିତ୍ର ନାୟକ ଚେତାବନୀ ଦେଇଛି।
