A 1

ଢେଙ୍କାନାଳ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଚାପି ଦେଲା ପିଡିଏସ୍ ଚାଉଳ ଟ୍ରକ। ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର। ମୃତକ ହେଉଛନ୍ତି ଢେଙ୍କାନାଳ ଟାଉନଥାନା ରଗଡିସାହିର ଶ୍ୟାମସୁନ୍ଦର ନାୟକ । ଶ୍ୟାମସୁନ୍ଦରଙ୍କ ସ୍ତ୍ରୀ ଭାରତୀ ନାୟକଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟ୍ରକ ଚକ ତଳେ ଚାପି ହୋଇ ରହିଛନ୍ତି ବାଇକ୍ ଚାଳକ । ଉଦ୍ଧାରରେ ଲାଗିଛନ୍ତି ସଦର ଅଗ୍ନିଶମ କର୍ମଚାରୀ । ଟ୍ରକ ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ସପ୍ତଶଯ୍ୟା ପଟୁ ଢେଙ୍କାନାଳ ଟାଉନ ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ପିଡିଏସ୍ ଚାଉଳ ଟ୍ରକ ଧକ୍କା ଦେଇଥିଲା ।

ସେହିପରି ଆଜି, ବାଲେଶ୍ବର ଜାତୀୟ ରାଜପଥ-୧୬ ଜାମୁଝାଡ଼ି ଗଳା ପୋଲ ଉପରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୬ ଯାତ୍ରୀ ଆହତ ହୋଇଥିଲେ । ଶାନ୍ତିଲତା ନାମକ ଏକ ଘରୋଇ ବସ୍ ପୁରୀରୁ ଟାଟା ଅଭିମୁଖେ ଯାଉଥିବାବେଳେ ଘଟିଥିଲା ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Share