Thief

ସାଲେପୁର : ପୁଣି ଚର୍ଚ୍ଚାରେ କଟକ ଗ୍ରାମାଞ୍ଚଳ ପୋଲିସ ।  ଆରକ୍ଷ ଅଧିକ୍ଷଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ ଏକ ବଡ଼ ସଫଳତା ହାସଲ କରିଛି ।   ଅନ୍ତଜିଲ୍ଲାରେ ସକ୍ରିୟ ଥିବା ଏକ ଡିଜିଟାଲ ଚୋର ଗ୍ୟାଙ୍ଗକୁ ଧରିବା ସହିତ କୋଟି କୋଟି ଟଙ୍କାର ସୁନା ଓ ରୂପା ଗହଣା ଜବତ କରାଯାଇଛି ।  ଏହି ମାମଲାରେ ୮ ଜଣ ରିସିଭର ଓ ୨ ଜଣ ଅଭିଯୁକ୍ତଙ୍କୁ ଧରାଯାଇଥିବା ସୂଚନା ମିଳିଛି ।

ସାଲେପୁର SDPO କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍ ମିଟ୍ ରେ ପୋଲିସ ପକ୍ଷରୁ ଏହି ସମସ୍ତ ତଥ୍ୟ ଦିଆଯାଇଛି ।  ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୯୨୫ ଗ୍ରାମ ସୁନା ରହିଛି, ଯାହାର ଅନୁମାନିତ ମୂଲ୍ୟ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ।  ସେହିପରି ୩ କିଲୋ ୧୦୦ ଗ୍ରାମ ରୂପା (ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା) ଓ ୬୧ ହଜାର ୬ଶ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି ।

ଏହା ସହିତ ଦୁଇଟି ଗାଡ଼ି—ମହିନ୍ଦ୍ରା ଥାର (OD05-CF-0657) ଓ ଫୋର୍ଡ ଫିଗୋ(OD02X-8373), ଦୁଇଟି ୱାକି-ଟକି, ଦୁଇଟି ମୋବାଇଲ ଫୋନ୍ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି ।  ତଦନ୍ତ ଚାଲିଛି ଅନ୍ୟମାନଙ୍କ ସଂପୃକ୍ତି ଆସିଲେ ଗିରଫ କରାଯିବ ବୋଲି ସାଲେପୁର ଏସ ଡି ପିଓ ଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି କଟକ ଗ୍ରାମଞ୍ଚଳ ଏସ୍ପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Share