Kalimela m

କୋରାପୁଟ: ଦୁଇ ଟନରୁ ଅଧିକ କଇଁଛ ଜବତ । କୋରାପୁଟ ଜିଲ୍ଲା ମୋଟୁ ବନବିଭାଗକୁ ବଡ ସଫଳତା ମିଳିଛି !। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲାଣ ବେଳେ ଚେକପୋଷ୍ଟରେ ମାଡ଼ି ବସିଲା ବନବିଭାଗ । ଚଢାଉରେ ଡ୍ରାଇଭରକୁ ଗିରଫ କରିବା ସହ ୭୬୧ଟି କଇଁଛ ଜବତ ହୋଇଛି । ଜବତ କଇଁଛ ଗୁଡ଼ିକର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ । ଏହି କଇଁଛ ଗୁଡ଼ିକୁ ମୋଟୁ ଥାନା MPV-83 ଗ୍ରାମର ଦଲାଲ ଶକ୍ତିପଦ ଗାଇନଙ୍କ ପାଖକୁ ଚାଲାଣ କରାଯାଉଥିଲା । ଖବରପାଇ ଶକ୍ତିପଦ ଗାଇନ ଫେରାର ହୋଇଯାଇଛି । ମାମଲାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି ।

ସେହିପରି ମାର୍ଚ୍ଚ ମାସରେ ଆନ୍ଧ୍ର ସୀମାରୁ ୬୩୧ଟି କଇଁଛ ଜବତକରିଥିଲା ମାଲକାନଗିରି ଜିଲ୍ଲା ବନ ବିଭାଗ । ଜବତ କଇଁଛ ଗୁଡ଼ିକ ଭାରତୀୟ ଫ୍ଲାପସେଲ୍ ପ୍ରଜାତିର । ମୋଟୁ ରେଞ୍ଜ୍ ରେ ବନ ବିଭାଗର ଏକ ସ୍ୱତନ୍ତ୍ର ଅପରେସନ ବେଳେ ଜବତ ହୋଇଥିଲା । ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ୨ଜଣ ବ୍ୟକ୍ତି ବେଆଇନ ଭାବରେ କଇଁଛଗୁଡ଼ିକୁ ଓଡ଼ିଶା ସୀମାକୁ ଆଣିଥିଲେ ।

Share