ଭୁବନେଶ୍ୱର : ଡହଳ ବିକଳ କଲାଣି ଖରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲାଣି । ଏହି ସମୟରେ ପିଲେ ସ୍କୁଲ ଆସିବା କଷ୍ଟକର ହୋଇପଡିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା 42 ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଅତ୍ୟଧିକ ଗ୍ରାମକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ହେଲା ସ୍କୁଲ । ସ୍କୁଲ ସମୟ ବଦଳିଲା । ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା । ସବୁ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏହି ନିର୍ଦ୍ଦେଶ ଲାଗୁ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି ।

