Vote

ନୂଆଦିଲ୍ଲୀ:ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା।ଏବଂ ତାମିଲନାଡୁରେ ସମସ୍ତ ୨୩୪ଟି ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ଆନୁଷ୍ଠାନିକ ଭାବରେ ମତଦାନ ଶେଷ ହୋଇଥିଲା। ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉଭୟ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଦୁଇ ରାଜ୍ୟରେ ବମ୍ପର ଭୋଟିଂ ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୧.୪୬ ପ୍ରତିଶତ ଏବଂ ତାମିଲନାଡୁରେ ୮୪.୪୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୦ ପ୍ରତିଶତ ଏବଂ ତାମିଲନାଡୁରେ ୮୨.୨୪ ପ୍ରତିଶତ ମତଦାନ ହୋଇଥିଲା।

Share