ରେଢ଼ାଖୋଲ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ରେଢ଼ାଖୋଲ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଯୁବକ ହେଲେ ବଉଦ ଜିଲ୍ଲା କିରାସିରା ଗ୍ରାମର ସୁକଦେବ ବାଘ । ଯୁବତୀ ଜଣକ ୩ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ।
ଶୁକଦେବ ପଣ୍ଡକିମଳ ଗ୍ରାମରେ ରହି ଛକରେ ଏକ ଟାୟର ଦୋକାନ କରିଥିଲେ । ଭିନ୍ନକ୍ଷମ ଯୁବତୀ ଜଣକ ତାଙ୍କ ସଂପର୍କୀୟ ଘରକୁ ବିଭିନ୍ନ ସମୟରେ ଯିବା ଆସିବା କରନ୍ତି । ସେହି ସମୟରେ ଶୁକଦେବ ଭିନ୍ନକ୍ଷମ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ ଏବଂ ଯୁବତୀଙ୍କ ଅନିଚ୍ଛା ସତ୍ୱେ ୩ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ଶୁକଦେବ ବାଘକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

