Heat wave 1

ଢେଙ୍କାନାଳ: ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେରିଛି । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁ ସମ୍ବାଦ ସଂଗ୍ରହ କରି ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିଲେ , ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ସେହିପରି ଗତ ଦୁଇ ଦିନ ତଳେ ଜନଗଣନା କରିବାକୁ ଯାଇ ଅଂଶୁଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଗାଁର ହେଲେ ବଂଶୀଧର ଭୋଇ । ବଂଶୀଧର ସୁନାପାଲି ଗାଁକୁ ଜନଗଣନା କରିବାକୁ ଯାଇଥିବା ବେଳେ ରବିବାର ମଧ୍ୟାହ୍ନରେ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ଜ୍ବାଳାରୁ ନିସ୍ତାର ମିଳୁନାହିଁ । ଭାଜି ହେଉଛି ପଶ୍ଚିମରୁ ଉପକୂଳ । ଆହୁରି ୧୫ ଦିନ ପର୍ଯ୍ୟନ୍ତ ମିଳିବନି ତ୍ରାହି । ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି । ଅସମ୍ଭାଳ ତାତି ଓ ଗୁଳୁଗୁଳି ଯୋଗୁଁ ଦିନବେଳା ଏକପ୍ରକାର କର୍ଫ୍ୟୁ ଭଳି ମନେହେଉଛି । ସକାଳ ୧୦ ପର ଠାରୁ ରାସ୍ତାଘାଟ ସବୁ ଶୁନଶାନ୍ ହୋଇପଡୁଛି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ । ବଲାଙ୍ଗୀର, ସମ୍ବଲପୁର ଓ କନ୍ଧମାଳରେ ଅତ୍ୟଧିକ ଗରମ ଯୋଗୁଁ ରାତି ତାପମାତ୍ରା ଉତ୍ତପ୍ତ ରହିବ । ଏଣୁ ଏହି ତିନି ଜିଲ୍ଲା ପାଇଁ ରାତିରେ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। .

Share