ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ହାନଦୀ ଟ୍ରିବୁନାଲ ୨୦ ଏପ୍ରିଲ ୨୦୨୬ରେ ଏକ ଶୁଣାଣି ହୋଇଥିଲା । ହୋଇଥିବା ଶୁଣାଣିରେ ଟ୍ରିବୁନାଲ ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁପ୍ରକାରେ କାର୍ଯ୍ୟଧାରାରେ ମନ୍ଥରତା ଓ ପରିଚାଳନା ହେଉଛି ଏଭଳି ମାମଲାର ପରିଚାଳନା ଶୈଳୀକୁ ନେଇ ଟ୍ରିବ୍ୟୁନାଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଯେଉଁ ନିର୍ଦ୍ଧିଷ୍ଟ ତାରିଖ ଥିଲା ବୈଠକର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ସେହି ତାରିଖରେ ନହୋଇ ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ । ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରସ୍ତାବ ଏପର୍ଯ୍ୟନ୍ତ ରେକର୍ଡରେ ରଖାଯାଇ ନାହିଁ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଦେଇଥିବା ନିର୍ଦ୍ଦେଶନାମାରେ ଓଡ଼ିଶା ପ୍ରତି କରାଯାଇଥିବା ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ସାଂସଦ ଡଃ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରାଇଛନ୍ତି ।

