ଭୁବନେଶ୍ୱର : ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ । ଖଣ୍ଡା ଧରି ଆକ୍ରମଣ କଲେ ଦୁର୍ବୃତ୍ତ । ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଘର ସାମ୍ନାରେ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଉଠିଛି ବିବାଦ। ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର ମହିଳା ସମେତ ୩ ଜଣ ଆହତ ହୋଇଛନ୍ତି। ଏନେଇ ଅରୁପାନନ୍ଦ ବିଶ୍ବାଳ ଥାନାରେ ଅଭିଯୋଗ କରିଛନ୍ତି।ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।
ସେହିପରି ମାର୍ଚ୍ଚ ମାସରେ ଭୁବନେଶ୍ୱରର ଗୌତମ ନଗର ବସ୍ତିରେ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ । ସୂଚନା ଅନୁଯାୟୀ ୬ ରୁ ୭ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ବାନ୍ଧି ବସ୍ତିରେ ପସି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯାହାକୁ ପାରିଥିଲେ ଖଣ୍ଡାରେ ହାଣିଥିଲେ । ଆଟାକରେ ପ୍ରାୟ ୫ ରୁ ୬ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା ।

