Attack 3

ଢ଼େଙ୍କାନାଳ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ। ହାତୀ ଆକ୍ରମଣରେ ବୃଦ୍ଧା ମୃତ। ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଗୀତାଞ୍ଜଳି ସାହୁ । ଆଜି ସକାଳେ ସେ ତୋଟାକୁ ଯାଇ ଆମ୍ବ ଗୋଟାଉଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ଖବର ପାଇ ବନବିଭାଗ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ ଗାଁରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି ।

ସେହିପରି ଗତମାସ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜଲମେରିପଲ୍ଲୀରେ ଅଘଟଣ ଘଟିଥିଲା । ଦଳିଦେଲା ଦନ୍ତା, ଚାଲିଯାଇଥିଲା ଦୁଇ ଜୀବନ । ଦୁଇ ଜଣ ପରିବା ତୋଳିବାକୁ କ୍ଷେତକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ କରୁଥିଲା ପୋଲିସ ।

Share