ବାସୁଦେବପୁର : ଭୁଲ୍ ଇଂଜକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରଜ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ମେଳାକସାହିର ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକି ବାଡ଼ିରେ ଖେଲୁଥିବା ସମୟରେ ଗୋଡ଼ ଆଣ୍ଠୁରେ ଏକ ବାଉଁଶ କଣ୍ଟା ପଶିଥିଲା । ଆଜି ବାସୁଦେବପୁର ଡାକ୍ତରଖାନାରେ ପହଂଚି ଡ୍ରେସିଂ ହୋଇ ଡାକ୍ତରଙ୍କ ଲିଖିତ ଅନୁଯାଇ ଇଂଜକସନ ନେଇଥିଲା । ହଠାତ୍ ତାର ମୃତ୍ୟୁ ହୋଇଥିଲା ।
ଏପରି ଭଲ ଥିବା ପୁଅ ହଠାତ୍ ଏପରି ମୃତ୍ୟୁ ହେବାକୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷ ଦେଇଥିଲେ । ଏନେଇ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି । ଏପରି ଘଟଣା ଦେଖି ବାସୁଦେବପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଲିଛି । ଖବର ଲେଖା ହେବ ବେଳେକୁ ଡାକ୍ତରଖାନାରେ ଉତ୍ତେଜନା ଲାଗିରହିଛି ।

