ଉଦଳା: ବିଲ ଭିତରୁ ମିଳିଲା ଗଳିତ ମୃତଦେହ । ମୃତଦେହକୁ ଶହେ ମିଟର ଘୋଷାରି ଆଣିଲା କୁକୁର। ଉଦଳା ଥାନା ସିଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ସିଆଳିଆ ବିଦ୍ୟାଳୟ ନିକଟରେ ଥିବା ଵିଲ ଭିତରେ ଏକ ଗଳିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତଦେହଟିକୁ ଵିଲ ଭିତରେ କୁକୁର ପ୍ରାୟ ଶହେ ମିଟର ଦୂର ପର୍ଯ୍ୟନ୍ତ ଘୋଷାରି ଆଣିଥିବା ପୋଲିସ କହିଛି। ଗଳିତ ମୃତଦେହର ପରିଚୟ ମିଳି ପାରି ନଥିବାବେଳେ ୫ ରୁ ୬ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ମୃତଦେରେ ପିନ୍ଧା ଲୁଙ୍ଗି ଏବଂ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ବେଳେ ମୃତଦେହ ପଡ଼ିଥିବା ସ୍ଥାନ ପାଖରେ ମାଟି କାମ ହୋଇଥିବାରୁ ପୋଲିସ ୩ ରୁ ୪ ଜଣଙ୍କୁ ନେଇ ଥାନାରେ ପଚରା ଉଚରା କରୁଛି।

