ପୁରୀ : ଓଡ଼ିଶାରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଗିରଫ। ପୁରୀରୁ ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳ ଗିରଫ । ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ବ୍ଲୁ ଲିଲିରୁ ଗିରଫ କଲା ଏସଟିଏଫ୍ l ଗିରଫ ପରେ ଦିଲ୍ଲୀପଙ୍କୁ କୋଲକାତା ଅଭିମୁଖେ ନେଇଗଲା କୋଲକତା ଏସଟିଏଫ୍ । ଉତ୍ତେଜନାମୂଳକ ଭାଷଣ ଦେବା, ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବା ଏବଂ ବିଜେପି ନେତା-କର୍ମୀଙ୍କୁ ଖୋଲାଖୋଲି ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏକାଧିକ ଜାମିନ-ବିହୀନ ମାମଲା ରୁଜୁ ହୋଇଥିଲା ।
ପ୍ରଥମେ ପୋଲିସ ତାଙ୍କ ଘରେ ଚଢ଼ାଉ କରିବା ସମୟରେ ସେ ଖାଲି ପାଦରେ ପଛ କବାଟ ଦେଇ ଫେରାର ହୋଇଯାଇଥିଲେ । ଯାହାର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଥିଲା । ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ କୋଲକତା ହାଇକୋର୍ଟରେ ଆବେଦନ କରିଥିଲେ। ଦିଲୀପ ମଣ୍ଡଳ ଗିରଫ ହେବା ପୂର୍ବରୁ ପୋଲିସ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ସହ ବକଖାଲି ଅଞ୍ଚଳରୁ ଗିରଫ କରିଥିଲା ।

