Eow

ଭୁବନେଶ୍ୱର : ନକଲି ସୁନା ଗହଣା ବନ୍ଧକ ରଖି କୋଟି କୋଟି ଟଙ୍କାର ଗୋଲ୍ଡ ଲୋନ ଠକେଇ। EOW ଜାଲରେ SBIର ଦୁଇ ବ୍ୟାଙ୍କ ଅଧିକାରୀ। ଚନ୍ଦନ କୁମାର ମହଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁଙ୍କୁ ଗିରଫ କଲା EOW। ୧୦୫ଟି ଗୋଲ୍ଡ ଲୋନ ମାଧ୍ୟମରେ ୫କୋଟି ୨୧ ଲକ୍ଷ ଟଙ୍କାର ଫ୍ରଡ ଅଭିଯୋଗ। ୧୦ ହଜାରରୁ ଅଧିକ ଗ୍ରାମ ସୁନା ନକଲି ଥିବା ତଦନ୍ତରେ ଖୁଲାସା । ୬୨ଟି ଲୋନରେ କୌଣସି ସୁନା ଗହଣା ନଥିଲା। ନକଲି ସୁନା ଓ ଗାଏବ ଡକ୍ୟୁମେଣ୍ଟ ନେଇ ବଡ ଖୋଳତାଡ଼ ଚାଲିଛି । ସୁନା ଋଣ ନାଁରେ ୫ କୋଟିରୁ ଅଧିକ ଠକେଇ । ନକଲି ସୁନା ରଖି ବ୍ୟାଙ୍କକୁ ଲଗାଇଲେ କୋଟି କୋଟି ଟଙ୍କାର ଚୁନା । EOW ଜାଲରେ SBIର ଦୁଇ ବଡ଼ ଅଧିକାରୀ ।

ଗୋଲ୍ଡ ଲୋନ୍ ଘୋଟାଲାରେ ବଢୁଛି ଗିରଫଦାରୀ । ଅର୍ଥନୈତିକ ଅପରାଧ ଶାଖା EOW ହାତରେ ଧରାପଡିଛନ୍ତି SBIର ଦୁଇ ଅଧିକାରୀ ଚନ୍ଦନ କୁମାର ମହାଲା ଓ ଦେବେନ୍ଦ୍ର ନିରଞ୍ଜନ ସାହୁ । ୨୦୨୪ ଅକ୍ଟୋବରରୁ ୨୦୨୫ ଜୁଲାଇ ମଧ୍ୟରେ ଯାଜପୁର ବାଲିଚନ୍ଦ୍ରପୁର SBI ଶାଖାରେ ହୋଇଥିଲା ଏହି ବଡ଼ ଠକେଇ । ତଦନ୍ତରୁ ଜଣାପଡିଛି, ଗୋଲ୍ଡ ଆପ୍ରେଜର ପ୍ରଶାନ୍ତ କୁମାର ମଲ୍ଲିକ ଅନ୍ୟମାନଙ୍କ ସହ ମିଶି ୧୦୫ଟି ଗୋଲ୍ଡ ଲୋନ୍ କୁ ଅନିୟମିତ ଭାବେ ମଞ୍ଜୁର କରିଥିଲେ । ନକଲି ସୁନା ବନ୍ଧକ ରଖି ପ୍ରାୟ ୫ କୋଟି ୨୧ ଲକ୍ଷ ଟଙ୍କା ଲୋନ୍ ଦିଆଯାଇଥିଲା । ସେଥିରୁ ସେତେବେଳର ଚିଫ୍ ମ୍ୟାନେଜର ଚନ୍ଦନ କୁମାର ମହାଲା ୮୭ଟି ଲୋନ୍ ମଞ୍ଜୁର କରି ୪ କୋଟି ୩୮ ଲକ୍ଷ ଟଙ୍କା ଡିସବର୍ସ କରିଥିବା ବେଳେ ଦେବେନ୍ଦ୍ର ନିରଞ୍ଜନ ସାହୁ ୧୬ଟି ଲୋନ୍ ରେ ୭୩ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁର କରିଥିଲେ । ୧୦୫ଟି ଲୋନ୍ ମଧ୍ୟରୁ ୬୨ଟି ଖାତାରେ କୌଣସି ସୁନା ରଖାଯାଇନଥିଲା । ଅନେକ ଫାଇଲରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଗାୟବ ଥିବାବେଳେ ଗ୍ରାହକଙ୍କ ସହି ମଧ୍ୟ ଜାଲିଆତି କରାଯାଇଥିବା EOW ର ସୂଚନା । ତଦନ୍ତ ସମୟରେ ମୋବାଇଲ୍ ଫୋନ୍ , ପାସବୁକ୍ , ଡେବିଟ୍ -କ୍ରେଡିଟ୍ କାର୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି । ଏହି ମାମଲାରେ ପୂର୍ବରୁ ଗୋଲ୍ଡ ଆପ୍ରେଜର ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ EOW ଗିରଫ କରିସାରିଥିବା ବେଳେ ବର୍ତ୍ତମାନ ସେ ଜୁଡିସିଆଲ୍ କଷ୍ଟଡିରେ ଅଛନ୍ତି । ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ EOWର ଖୋଳତାଡ଼ ଜାରି ରହିଛି ।

Share