Arrest 1

ଭୁବନେଶ୍ୱର: ଭୁବନେଶ୍ୱରରେ SBIର ବିଭିନ୍ନ ଶାଖାରୁ ଜାଲ୍ କାଗଜପତ୍ର ଦେଇ ପ୍ରାୟ ୬ କୋଟି ୮୮ ଲକ୍ଷ ଟଙ୍କାର ଲୋନ୍ ଅଭିଯୋଗରେ ଆଉ ଜଣେ ଗିରଫ । ଏହି ମାମଲାରେ EOW କଟକର ପ୍ରଦୀପ୍ତ କୁମାର ଲେଙ୍କାଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡ଼ିଛି, ସେ ଜାଲ୍ ବେତନ ପ୍ରମାଣପତ୍ର, ନିଯୁକ୍ତିପତ୍ର, ବ୍ୟାଙ୍କ ଷ୍ଟେଟମେଣ୍ଟ ଓ KYC କାଗଜପତ୍ର ପ୍ରସ୍ତୁତ କରି କିଛି ଲୋକଙ୍କ ନାଁରେ ଲୋନ୍ କରାଇଥିଲେ । ଜାଲ କାଗଜପତ୍ରରେ ୨୮୨ ଜଣଙ୍କ ନାମରେ ଲୋନ୍ ନିଆଯାଇଥିଲା ।

EOW କହିଛି , ଠକେଇ ଟଙ୍କାରୁ ପ୍ରଦୀପ୍ତଙ୍କ ଖାତାକୁ ୩ ଲକ୍ଷ ୨୩ ହଜାର ଟଙ୍କା ଯାଇଥିଲା । ସେ ଏହି ରାକେଟରେ ମଧ୍ୟସ୍ଥ ଭାବେ କାମ କରୁଥିଲେ । ପୂର୍ବରୁ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କ ପାଖରୁ ମୋବାଇଲ୍ ସହ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଛି । ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି, ସେନେଇ ତଦନ୍ତ ଚାଲିଛି ।

Share