ଚୁଆରେ ପଡ଼ି ଯୁବକ ମୃତ

Student 2 (1)

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମା ଗ୍ରାମରେ ଚୁଆରେ ପଡ଼ି କଲେଜ ଛାତ୍ର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡି ଅଞ୍ଚଳର ମିଲିୟନ ପ୍ରଧାନ ରାଇକିଆ ଅଲିମା଼ଆ ଗ୍ରାମରେ ଭଡ଼ା ଘରେ ରହି କଲେଜରେ ପାଠ ପଢ଼ୁଥିଲେ । ସକାଳୁ ଚୁଆକୁ ଗାଧୋଇବାକୁ ଯାଇଥିବାବେଳେ  ଅସାବଧାନତା ଯୋଗୁ ଗୋଡ଼ ଖସିଯିବା ଫଳରେ ଚୁଆ ଭିତରେ ପଡି ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।

Share