Bbsr 9

ଭୁବନେଶ୍ବର: ଆତଙ୍କ ଖେଳାଇଲା ହାଇଓ୍ବା ଟ୍ରକ। ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର । କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ । ଏନ୍ ଏଚ ୧୬ ଉପରେ ଘଟିଛି ଛାତିଥରା ଦୃଶ୍ୟ । ବିଳମ୍ବିତ ରାତିରେ ଘଟିଛି ଘଟଣା । ମଞ୍ଚେଶ୍ୱରରୁ ପାହାଳ ଆଡ଼କୁ ଯାଉଥିବା ଏକ ହାଇଓ୍ବା ଟ୍ରକ ଖେଳାଇଛି ଆତଙ୍କ। ଏକ କାରରେ ପରିବାର ଲୋକ ଯାଉଥିଲେ । କାରକୁ ଧକ୍କା ଦେଇ ଘୋଷାଡି ନେଇଥିଲା ହାଇଓ୍ବା ଟ୍ରକ । ଦାଦା ଝିଆରି କାରରେ ଥିବା ବେଳେ ଦ୍ରୁତ ବେଗରେ ରାସ୍ତା ଉପରେ ଘୋଷାଡି ନେଇଛି ହାଇଓ୍ବା ଟ୍ରକ। ଯାହାର ଦୃଶ୍ୟ ଅତ୍ୟନ୍ତ ଭୟାନକ ।

ଏଭଳି ଦେଖିବାକୁ ମିଳିଛି ମଞ୍ଚେଶ୍ବର ଗଙ୍ଗୁଆ ବ୍ରିଜ ଉପରେ। କାରଟିକୁ ହାଇଓ୍ବା ପାଖାପାଖି ୬୦୦ମିଟର ଘୋଷାଡି ନେଇ ଦ୍ରୁତ ବେଗରେ ଖସିଯାଉଛି। ଘଟଣା ପରେ ପିସିଆର ଟିମ୍ ଟ୍ରକକୁ ପିଛା କରି ପାହାଳ ନିକଟରେ ବ୍ଲକିଂ ଓ ଜାମ ଭଳି ସ୍ଥିତି ସୃଷ୍ଟି କରି ଅଭିଯୁକ୍ତ ଡ୍ରାଇଭର ସହ ଟ୍ରକକୁ ଗିରଫ କରାଯାଇଛି। କାରରେ ଥିବା ଦାଦା ସୁବ୍ରତ ପଟ୍ଟନାୟକ ଓ ଝିଆରି ଆଦ୍ୟାଶା ଆହାତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଅଭିଯୁକ୍ତ ଡ୍ରାଇଭର ଜଗମୋହନ ଭୁକ୍ତାକୁ ଗିରଫ କରାଯାଇଛି ।

Share