ସିଲିଗୁଡ଼ିରୁ ଦିଲ୍ଲୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦେଶର ଦ୍ବିତୀୟ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ। ଏହାପୂର୍ବରୁ ମୁମ୍ବାଇ-ଅହମଦାବାଦ କରିଡରର ୫୦୮ କିମି ଦୀର୍ଘ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ। ବୈଷ୍ଣବ କହିଛନ୍ତି, ପଶ୍ଚିମବଙ୍ଗ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦିଲ୍ଲୀ ଓ ସିଲିଗୁଡ଼ିକୁ ଲକ୍ଷ୍ନୌ, ବାରାଣସୀ ଓ ପାଟନା ଦେଇ ସଂଯୋଗ କରିବ। ବୈଷ୍ଣବ କୋଲକାତା ଗସ୍ତ ବେଳେ ମେଟ୍ରୋ ଟ୍ରେନ୍ରେ ବସିବା ସହିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନୀ ବିଜୟ ଓ ପଶ୍ଚିମବଙ୍ଗକୁ ତୃଣମୂଳ କଂଗ୍ରେସ ଶାସନରୁ ରକ୍ଷା କରିଥିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।
କୋଲକାତା: ପଶ୍ଚିମବଙ୍ଗ ରେ ଚାଲିବ ବୁଲେଟ ଟ୍ରେନ୍। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଘୋଷଣା କରିବା ସମୟରେ ଏହି ଘୋଷଣା କରିଛନ୍ତି। ଭାରତର ଉତ୍ତର ପୂର୍ବର ଦ୍ବାର ପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେଲେ ସିଲିଗୁଡ଼ିରୁ ଦିଲ୍ଲୀ ପହଞ୍ଚିବାକୁ ବର୍ତ୍ତମାନ ୨୦ ଘଣ୍ଟା ସମୟ ଲାଗୁଥିବାବେଳେ ଏହି ସମୟ ୬ ଘଣ୍ଟାକୁ କମି ଆସିବ ବୋଲି ବୈଷ୍ଣବ କହିଛନ୍ତି।

