Rain

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ ।  ବିଭିନ୍ନ ଜିଲ୍ଲାକୁ ବର୍ଷା ପବନ ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଅନ୍ୟପଟେ କାଳବୈଶାଖୀ ସତ୍ତ୍ବେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୩ ଦିନରେ ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ସେପଟେ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ପାଣିପାଗ ସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି ।  ଓଡ଼ିଶାର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇପାରେ। ଅର୍ଥାତ ଜୁନ ୧୦ରୁ ୧୨ ଚାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Share