Elephant

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ଆଜି ଦିନ ଦ୍ବିପ୍ରହର ସମୟରେ ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଦୁଇ ଗୁରୁତର ମାନେ ହେଲେ ତଳଗଡ ଗ୍ରାମର ସ୍ଵର୍ଗତ ବନମାଳୀ ନାଏକ ଙ୍କ ସ୍ତ୍ରୀ ଉପାସୀ ନାଏକ (୬୦) ଏବଂ ସ୍ଵର୍ଗତ ଅଲେଖ ନାଏକ ଙ୍କ ସ୍ତ୍ରୀ ତୁଳସୀ ନାଏକ (୪୫)। ସୂଚନା ଯେ, ଆଜି ଦିନ ଦ୍ବିପ୍ରହର ସମୟରେ ଘର ନିକଟ ରେ ଥିବା ଜଙ୍ଗଲ କୁ ଜାଳେଣି କାଠ ସଂଗ୍ରହ ପାଇଁ ଦୁଇ ଯାଆ ତଥା ଉପାସୀ ଏବଂ ତୁଳସୀ ଯାଇଥିଲେ। ଜଙ୍ଗଲ ନିକଟରେ ହାତୀ ଥିବା ଦୁହେଁ ଖବର୍ ପାଇଁ ନଥିଲେ । ଜଙ୍ଗଲ ରୁ ଜାଳେଣି ପାଇଁ କାଠ ସଂଗ୍ରହ କରୁଥିବା ବେଳେ ଦୁହେଁ ଙ୍କୁ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ଦୁହେଁ ଗୁରୁତର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ ଏବଂ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୁରୁତର ମାନଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡି ଯୋଗେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ତୁଳସୀ ଙ୍କର ହାତ ଏବଂ ଅଣ୍ଟା ରେ ଗଭୀର ଆଘାତ ଲାଗି ଥିବା ବେଳେ ଉପାସୀ ଙ୍କ ର ପୁରା ଶରିର ରେ ଗଭୀର ଆଘାତ ଲାଗିଛି। ଉଭୟ ଙ୍କର ଚିକିତ୍ସା ଜାରି ରହିଥିବା ଚିକିତ୍ସାଳୟ କତୃପକ୍ଷ କହିଛନ୍ତି।

Share