Teacher

ପଦ୍ମପୁର: ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଶିକ୍ଷକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ । ଲହୁଲୁହାଣ ଆକ୍ରମଣ କରି ମୋଟରସାଇକେଲ ରେ ଫେରାର୍ ମାରିଲେ ଦୁର୍ବୃତ୍ତ ।  ପଦ୍ମପୁର ମେଲଛାମୁଣ୍ଡା ଥାନା ଘେଁସ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଶିକ୍ଷକଙ୍କୁ ଆକ୍ରମଣ ।

ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ବାଇକରେ ଫେରାର ହୋଇଗଲେ ଦୁର୍ବୃତ୍ତ । ଘରୋଇ କଳହକୁ କେନ୍ଦ୍ର କରି ଆକ୍ରମଣ କରିଥିବା ସୂଚନା । ଘେଁସ ଗାଁର ନବୀନ ସେଠ ଗତକାଲି ସନ୍ଧ୍ୟାରେ କୌଣସି ଏକ କାମରେ ସମ୍ପର୍କୀୟଙ୍କ ସହ ବାହାରକୁ ଯାଇଥିବାବେଳେ ସୋହେଲା-ପଦ୍ମପୁର ରାଜରାସ୍ତା ଉପରେ ହଠାତ୍ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଥିଲେ । ନବୀନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ସ୍ଥିତି ଗମ୍ଭୀର ହେବାରୁ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବରପାଇ ପଚରାଉଚୁରା ଜାରି ରଖିଛି ମେଲଛାମୁଣ୍ଡା ଥାନା ପୋଲିସ ।

Share