AS d 696x522

ଭୁବନେଶ୍ବର : ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

୪ ମେ ରୁ ୧୦ ମେ ମାସ ୨୦୨୬ ରେ ହୋଇଥିଲା OJEE ପରୀକ୍ଷା । ଆଜି ଏହାର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା । କଲିକତା, ରାଞ୍ଚି ଓ ପାଟନା ଭଳି ସହରରେ ମୋଟ ୬ ଟି କେନ୍ଦ୍ର ମଧ୍ୟ ଓଜେଇଇ ପରୀକ୍ଷା ପାଇଁ ରହିଥିଲା । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୬ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ ଯୋଗ ଦେବେ ।

ଏନେଇ ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନସେଲିଂ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କ ନାମ ତାଲିକା ମଧ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି ।

ଏଥିମଧ୍ୟରୁ ବି.ଫାର୍ମ (B. Pharm) ରେ ଶୁଭ୍ରାଂଶୁ ସୁତାର, ଏମବିଏ (MBA) ରେ ତ୍ରିବିକ୍ରମ ପ୍ରଧାନ, ଏମସିଏ (MCA) ରେ ନରେନ ପାତ୍ର ଏବଂ ସାମଗ୍ରିକ ଭାବେ ଏମ.ଟେକ୍ (M.Tech) ରେ ସ୍ୱାଗତ କୁମାର ବେହୁରା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ www.ojee.nic.in ରୁ ନିଜର ର‍୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ଏବଂ ଆଗାମୀ ଦିନରେ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Share