ଭୁବନେଶ୍ୱର ୦୯।୦୬ : ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସୋମବାର ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ଜଣ ଯୁବତୀଙ୍କୁ ଫାଣ୍ଡି ପୋଲିସ ଉଦ୍ଧାର କରିଛି।
ଖବର ଅନୁଯାୟୀ, କିଛି ଏନଜିଓ କର୍ମଚାରୀ ଯୁବତୀମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି। ୧୬ ନମ୍ବର ଏନ୍ଏଚ୍ର ବରମୁଣ୍ଡା ଓଭରବ୍ରିଜ୍ କଡ଼ ସର୍ଭିସ ରୋଡରେ ରାତି ପ୍ରାୟ ୧୧ଟା ବେଳେ ଯୁବତୀମାନେ ବସ୍କୁ ଅପେକ୍ଷା କରିଥିଲେ। ସେମାନଙ୍କ ଆଖପାଖରେ ଦଲାଲ ରୂପୀ ଏନଜିଓ କର୍ମଚାରୀ ବୁଲୁଥିବାରୁ କାହାରିକୁ କିଛି କହି ପାରୁନଥିଲେ। ଜଣେ ଯୁବତୀ ଶୌଚାଳୟ ଯିବା ବାହାନାରେ ବସ୍ଷ୍ଟାଣ୍ଡ ଗେଟରେ ଜଗିଥିବା ସୁରକ୍ଷାକର୍ମୀଙ୍କୁ ସବୁ କଥା ଜଣାଇଥିଲେ। ସୁରକ୍ଷାକର୍ମୀମାନେ ଯୁବତୀଙ୍କୁ ଉଦ୍ଧାର କରି ବସ୍ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଛନ୍ତି।୩ ଯୁବତୀଙ୍କୁ ଉଦ୍ଧାର କଲା ଫାଣ୍ଡି ପୋଲିସ । ଯୁବତୀମାନଙ୍କୁ ପଚରାଉଚରା କରୁଛି ପୋଲିସ । ସର୍ଟ ଷ୍ଟେ ହୋମରେ ସେମାନଙ୍କୁ ଛଡ଼ାଯାଇଛି। ବସ୍ଷ୍ଟାଣ୍ଡରୁ ଦଲାଲମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି। ପୋଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି। ଯୁବତୀମାନଙ୍କୁ ଚାକିରି ଦେବା ବାହାନାରେ ଅନ୍ୟତ୍ର ଚାଲାଣ କରାଯାଉଥିବା ପୋଲିସ ସନ୍ଦେହ କରୁଛି।

