ସ୍କୁଲର ଅନ୍ୟ ସହକର୍ମୀ ଶିକ୍ଷକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ କୌଣସି କାରଣକୁ ନେଇ ଶିକ୍ଷକଙ୍କ ସହ ଆକ୍ରମଣକାରୀଙ୍କ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ସହକାରୀ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ। କାଠଫାଳିଆରେ ଆକ୍ରମଣରେ ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର। ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲା। ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଆଜି ଶିକ୍ଷକ ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଯୁବକଙ୍କୁ ସେ ଚିହ୍ନିନଥିବା କହିଛନ୍ତି। ଆକ୍ରମଣ ରେ ଶିକ୍ଷକ ଭବାନୀ ପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
