ବିଶେଷ କରି ମହିଳାମାନଙ୍କୁ ଏହି ଅଭିଯୁକ୍ତ ମାନେ ଟାର୍ଗେଟ କରୁଥିଲେ। ସ୍ପିଡ୍ ବାଇକ ବ୍ୟବହାର କରି ମହିଳାଙ୍କ ବେକରୁ ସୁନା ଚେନ୍ ଏବଂ ଭ୍ୟାନିଟ ଛଡ଼ାଇ ନେଉଥିଲେ। ଏପଟେ ୬ ଅଭିଯୁକ୍ତଙ୍କ ମଧ୍ୟରେ ଚାରିଜଣ ରିସିଭର ଥିବା ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧାର ପ୍ରଦୀପ ମଲ୍ଲ ବୋଲି ଜଣାପଡିଛି।
ଏହି ଅଭିଯୁକ୍ତ ମାନେ ନୟାଗଡ଼ ଓ ବେଗୁନିଆ ଅଞ୍ଚଳରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ। ଅନ୍ୟ ଜିଲ୍ଲାରେ ମଧ୍ୟ ଅଭିଯୁକ୍ତ ମାନେ ସକ୍ରିୟ ରହି ଛିନତାଇ କରୁଥିଲେ। ବିଭିନ୍ନ ଥାନାରେ ଅଭିଯୁକ୍ତ ମାନଙ୍କ ନାଁରେ ୧୫ ଟି ମାମଲା ରହିଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ।
