ସମ୍ବଲପୁରରେ କୁଖ୍ୟାତ ଅପରାଧୀ ମହମ୍ମଦଇରଫାନକୁ ଏନକାଉଣ୍ଟର

Sambalpur

ଭୁବନେଶ୍ବର: ସମ୍ବଲପୁରରେ ପୁଣି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନକୁ ଗୁଳି । ଭୋର ପ୍ରାୟ ୫ଟା ୪୫ରେ ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ତା ବାମ ଗୋଡ଼ରେ ଗୁଳି ବାଜିଛି । ଇରାପାନ ଓ ତା ସହଯୋଗୀ ବାଇକରେ ଯାଉଥିବାବେ ବେଳେ ପୋଲିସ ପିଛା କରିଥିଲା । ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍ ର ସୁଡୁଙ୍ଗା ଜଙ୍ଗଲ ନିକଟରେ ସଦରପୋଲିସ ଟିମ୍ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୁଲିସ ୨ ଜଣଙ୍କୁ କାବୁ କରିଥିବାବେଳେ ଇରଫାନ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା ।

ଇରାଫାନ ପୋଲିସ ଉପରକୁ ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା । ପୋଲିସ ମଧ୍ୟ ଜବାବରେ ୨ ରାଉଣ୍ଡ ଫାୟାରିଂ କରିଥିଲା । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଏକ ପିସ୍ତଲ, ଗୁଳି ଓ ୩ଟି ଖାଲି କାର୍ଟ୍ରିଜ୍ ଜବତ କରାଯାଇଛି । ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବାଇକ୍ କୁ ମଧ୍ୟ ପୋଲିସ ଜବତ କରିଛି। ଇରଫାନ ନାଁରେ ଡକାୟତି, ଲୁଟ୍ ,ଓ ନିଶାଦ୍ରବ୍ୟ କାରବାର ସମେତ ୨୪ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି ।

Share