ସୂତ୍ର ଅନୁଯାୟୀ, ପ୍ରସ୍ତାବିତ ଖୋଲା ସ୍ଥାନଟି ‘ହ୍ୟାଣ୍ଡ ରିୟରିଂ ସେଣ୍ଟର’ (HRC) ନିକଟରେ ଅବସ୍ଥିତ। ବର୍ତ୍ତମାନ ଏହି ଓରାଙ୍ଗଉଟାନ ମାନଙ୍କୁ ସେଠାରେ ଥିବା ଏକ ବନ୍ଦ ଓ ଏୟାର-କଣ୍ଡିସନ୍ଡ (AC) କକ୍ଷରେ ଦିନରାତି ତଦାରଖ ମଧ୍ୟରେ ରଖାଯାଇଛି। ଖୋଲା ଆକାଶ ତଳେ ରହିବା ଦ୍ୱାରା ସେମାନଙ୍କୁ ଅଧିକ ପ୍ରାକୃତିକ ପରିବେଶ ମିଳିବ। ଯାହା ସେମାନଙ୍କ ଶାରୀରିକ କାର୍ଯ୍ୟକଳାପ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ। ନନ୍ଦନକାନନର ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେଙ୍କ କହିବାନୁସାରେ, ବୈଷୟିକ କମିଟିର ଅନୁମତି ମିଳିବା ପରେ ହିଁ ଏହି ଖୋଲା ସ୍ଥାନ ବ୍ୟବହାର କରାଯାଇପାରିବ।
