ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସୁଛି ୩ଟି ବାତ୍ୟା !

Screenshot 2026 09 15 143713 750x430

ଭୁବନେଶ୍ୱର: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିପାରେ ୩ଟି ବାତ୍ୟା! ଭାରତ ମହାସାଗରରେ ଆସିପାରେ ୩ଟି ଟ୍ରପିକାଲ ସାଇକ୍ଲୋନ୍। ଝଡ଼ର ତୀବ୍ରତା ଓ ଅବଧିକୁ ମାପୁଥିବା Power Dissipation Index-PDI ତଥ୍ୟ କୁ ଆଧାର କରି କିଛି ଏଭଳି ସଙ୍କେତ ଦେଇଛି ଇସ୍ରୋ। ଅନ୍ୟପଟେ ଆମେରିକାର ଜିଏଫ୍‌ଏସ୍, ୟୁରୋପର ECMWF, AI ତଥା IMD ମଡେଲରେ ବି ବାତ୍ୟା ନେଇ ଆକଳନ କରୁଛି। ଆମେରିକୀୟ ଜିଏଫ୍‌ଏସ୍‌ ମଡେଲର ଆକଳନ ଆସନ୍ତା ଅନୁଯାୟୀ ୧୮ରୁ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଚାଇନା ସାଗରରୁ ଅବଶିଷ୍ଟାଂଶ ଭାବେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଯାହା ପ୍ରଭାବରେ ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ପୂର୍ବ ଉପକୂଳ ଆଡକୁ ଗତି କରି ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ ହେବା ସହ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା ଦର୍ଶାଉଛି । ଗତ ଗୁରୁବାର ପ୍ରକାଶିତ IMDର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ।

ପ୍ରାୟ ୪୦ ବର୍ଷର ସମୁଦ୍ର ଓ ବାୟୁମଣ୍ଡଳୀୟ ତଥ୍ୟକୁ ବିଶ୍ଳେଷଣ କରି ଏହି ଆକଳନ କରାଯାଇଛି। ଏଥିରୁ ଗତ କିଛି ଦଶନ୍ଧି ତୁଳନାରେ ଅଧିକ ଝଡ଼ ଶକ୍ତିର ସମ୍ଭାବନା ଥିବା ସଙ୍କେତ ମିଳୁଛି। ଗତ ୪୪ ବର୍ଷ ତୁଳନାରେ ଏହା ସବୁଠୁ ବଡ଼ ବାତ୍ୟା ହୋଇପାରେ। ଏହି ୩ ବାତ୍ୟା କେଉଁ ତାରିଖରେ ଆସିବ ତାହା ସ୍ପଷ୍ଟ ହୋଇନାହିଁ। କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେନେଇ ପୂର୍ବାନୁମାନ କରାଯାଇନାହିଁ। ବଙ୍ଗୋପସାଗର ଓ ଆରବ ସାଗର ଉଭୟ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଭାରତର ପୂର୍ବ ଓ ପଶ୍ଚିମ ଉପକୂଳକୁ ପ୍ରଭାବିତ କରିପାରେ। କୌଣସି ନିର୍ଦ୍ଦିଷ୍ଟ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେଲେ ଏହାର ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (IMD) ଜାରି କରୁଥିବା ଅପଡେଟ୍‌କୁ ଅନୁସରଣ କରିବା ଜରୁରୀ ବୋଲି ମଧ୍ୟ ଇସ୍ରୋ କହିଛି।

Share