ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା,ସତ୍ୟପାଠ ଦାଖଲ

133512960 1068x601

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ ) କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଦାୟର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି।ଓସିଏ କର୍ମକର୍ତ୍ତାଙ୍କ ନିର୍ବାଚନ ବିଳମ୍ବ ହେଉଥିବା ଦର୍ଶାଇ ପୂର୍ବତନ କ୍ରିକେଟର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ମାମଲା ଦାୟର କରିଥିଲେ। ମାମଲାରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଯାଇଛି।ଏହି ମାମଲାରେ ଓସିଏ ସଭାପତିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିବାବେଳେ, ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣିରେ ମାମଲା ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କୋର୍ଟରେ ଶୁଣାଣି ହେବ।

Share