ବ୍ରହ୍ମପୁର: ପୋଖରୀରେ ବୁଡ଼ି ଚାଲିଗଲା ୨ ଜୀବନ । ଜଣେ ନାବାଳକ, ଜଣେ ବୃଦ୍ଧା ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଦାନଆମ୍ବଠା ପୋଖରୀରେ ବୁଡି ୨ଜଣଙ୍କ ମୃତ୍ୟୁ । ନାବାଳକ ହେଲେ ଖଲିଙ୍ଗି ଗାଁର ପିଣ୍ଟୁ ମହାନ୍ତିଙ୍କ ପୁଅ ରାଜବିର ମହାନ୍ତି । ମୃତ ବୃଦ୍ଧା ହେଲେ ମହାନଳା ଗାଁର ରାଜଲକ୍ଷ୍ମୀ ଦୋରା ।
ପିଣ୍ଟୁ ମହାନ୍ତିଙ୍କ ସ୍ତ୍ରୀ, ପୁଅ ଝିଅ ନିଜ ଅଜା ଘର ଗାଁ ଦାନଆମ୍ବଠା ଗାଁକୁ ଶ୍ରାଦ୍ଧ ଭୋଜି ଖାଇବା ପାଇଁ ଯାଇଥିଲେ । ରାଜବିର ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧନତାରୁ ପୋଖରୀରେ ବୁଡ଼ି ଯାଇଥିଲେ । ସେହିଭଳି ମହାନଳା ଗାଁର ବୃଦ୍ଧା ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ପାଣିରେ ବୁଡ଼ିଯାଇଥିଲେ । ପାଟପୁର ପୋଲିସ ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବାସୂଚନା ।
