ଭୁବନେଶ୍ୱର : ପାଣି ଟାଙ୍କି ସଫା ବେଳେ ଅଘଟଣ । ଭୁବନେଶ୍ବର ହାଇଟେକ୍ ଆପାର୍ଟମେଣ୍ଟରେ ଅଘଟଣ । ବିଦ୍ୟୁତ୍ କରେଣ୍ଟ ଲାଗି ଜଣଙ୍କର ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଘଟିଛି ଘଟଣା । ମୃତକ ହେଲେ ଆଶିଷ କୁମାର ରାଉତରାୟ । ଆଜି ଅପରାହ୍ନରେ ପାଣି ଟାଙ୍କି ସଫା ପାଇଁ ତାଙ୍କ ଟିମ୍ ସହ ସୁନ୍ଦରପଦା ହାଇଟେକ୍ ଆପାର୍ଟମେଣ୍ଟ ଯାଇଥିଲେ । ହେଲେ ଅଟୋମେଟିକ ପାଣି ପମ୍ପ ସିଷ୍ଟମ୍ ର କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଛି । ଆପାର୍ଟମେଣ୍ଟର ପାଣି ଟାଙ୍କି ସଫା ବେଳେ ଅଘଟଣ ଘଟିଛି ।ଏନେଇ କ୍ୟାପିଟାଲ ହସ୍ପିଟାଲରେ ରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଯୁବକ ଜଣଙ୍କ ଘର ଡେଲାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।
