ପୁରୀ: ସୋମବାର ବନ୍ଦ ରହିବ ଜଗା ଦର୍ଶନ । ୫ ଘଣ୍ଟା ପାଇଁ ଚତୁର୍ଦ୍ଦାମୂରତୀଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ନେଇ ସୂଚନା ମିଳିଛି । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ମନ୍ଦିରରେ ବନ୍ଦ ରହିବ ଠାକୁର ଦର୍ଶନ । ନଭେମ୍ବର ୩୦ ତାରିଖ ସୋମବାର ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ପଇତାଲାଗି ନୀତି ଅନୁଷ୍ଠିତ ହେବ ।
