ଗୁଟଖା ବ୍ୟବସାୟୀ ଗିରଫ, ୩୬. ୧ କୋଟି ଟଙ୍କାର ଅବକାରୀ ଶୁଳ୍କ ଫାଙ୍କିଥିବା ଅଭିଯୋଗ

୨

ରାଉରକେଲା : ଟିକସ୍ ଫାଙ୍କି ଗୁଟଖା ବ୍ୟବସାୟୀ ଗିରଫ । ୩୬ କୋଟି ୧ ଲକ୍ଷ ଟଙ୍କାର ଅବକାରୀ ଶୁଳ୍କ ଫାଙ୍କିଥିବା ଅଭିଯୋଗ । ରାଉରକେଲା ବେଦବ୍ୟାସରେ ଶିବା ନାମକ ଗୁଟଖା ଓ ଖଇନି ନିର୍ମାଣ ୟୁନିଟ୍ ଉପରେ କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଟିକସ ଫାଙ୍କିବା ଅଭିଯୋଗରେ ନାଦୀଟୋଲା ଅଞ୍ଚଳର ଅଜୟ ପାଣ୍ଡେ ।

ନକଲି ଇନଭଏସ୍ ଓ ଜାଲ୍ କାଗଜପତ୍ର ଜରିଆରେ କାରବାର କରି ସରକାରୀ ରାଜସ୍ୱ ଫାଙ୍କିଥିବା ଅଭିଯୋଗ ।୨୦୨୬ ଫେବ୍ରୁଆରୀରୁ ନଭେମ୍ବର ମଧ୍ୟରେ ପ୍ରାୟ ୭ ମାସ ଧରି ଚାଲିଥିଲା ଏହି କାରବାର । ଗିରଫ ପରେ ଅଭିଯୁକ୍ତଙ୍କୁ ରାଉରକେଲା SDJM କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ଜୁଡିସିଆଲ ହାଜତକୁ ପଠାଇଛନ୍ତି କୋର୍ଟ ।

Share