ତେବେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ପାନ୍ଥନିବାସ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଗୋପ ତହସିଲଦାର, କୋଣାର୍କ ଆଇଆଇସି (IIC), ଏଏସଆଇର ଚାରି ଜଣ ଅଧିକାରୀ ଏବଂ ସେବାୟତ ସଂଘର ପ୍ରତିନିଧି ସାମିଲ ହୋଇଥିଲେ । ସକାରାତ୍ମକ ଆଲୋଚନା ପରେ ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରର ପ୍ରସ୍ଥାନ ଗେଟ୍ ଖୋଲାଯାଇଛି । ପରେ ଉପଜିଲ୍ଲାପାଳ ଧାରଣାସ୍ଥଳକୁ ଯାଇ ସେବାୟତଙ୍କ ଅନଶନ ଭଙ୍ଗ କରାଇଥିଲେ । ଦାବି ପୂରଣ ହେବା ପରେ ଏବେ ନବଗ୍ରହଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ପ୍ରଶାସନର ହସ୍ତକ୍ଷେପ ପରେ ଅଚଳାବସ୍ଥା ଦୂର ହୋଇଥିବାରୁ ଉଭୟ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।
କୋଣାର୍କ : କୋଣାର୍କ ନବଗ୍ରହ ମନ୍ଦିର ସେବାୟତଙ୍କ ଗଣଧାରଣାର ହେଲା ଅନ୍ତ । ଦୀର୍ଘ ୬ ଦିନ ଧରି ଚାଲିଥିବା ଆନ୍ଦୋଳନରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ । ପ୍ରଶାସନ ଓ ଏଏସଆଇ (ASI) ଅଧିକାରୀଙ୍କ ସହ ସଫଳ ଆଲୋଚନା ପରେ ଖୋଲିଲା ସୂର୍ଯ୍ୟମନ୍ଦିରର ପ୍ରସ୍ଥାନ ଗେଟ୍ ।
ନିଜର କୌଳିକ ବୃତ୍ତି ଓ ପାରମ୍ପରିକ ଅଧିକାରର ସୁରକ୍ଷା ଦାବିରେ ଗତ ୬ ଦିନ ଧରି କୋଣାର୍କ ନବଗ୍ରହ ମନ୍ଦିର ସମ୍ମୁଖରେ ଗଣଧାରଣାରେ ବସିଥିଲେ ପୂଜକ ସଂଘ । ଦୀର୍ଘଦିନ ହେବ ସୂର୍ଯ୍ୟମନ୍ଦିରର ପ୍ରସ୍ଥାନ ଗେଟ୍ ବନ୍ଦ ରହିଥିବାରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ନବଗ୍ରହ ପୀଠକୁ ଯାଇପାରୁ ନଥିଲେ । ଫଳରେ ସେବାୟତଙ୍କ ଜୀବିକା ଓ ଠାକୁରଙ୍କ ନୀତିକାନ୍ତି ଗୁରୁତର ଭାବେ ପ୍ରଭାବିତ ହେଉଥିଲା ।
