ନବବଧୂଙ୍କୁ ପିଟିପିଟି ହତ୍ୟା, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

୫

କୁଚିଣ୍ଡା: କୁଚିଣ୍ଡା ଥାନା ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମରେ ଜଣେ ନବବିବାହିତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସୁବର୍ଣ୍ଣପାଲି ଗ୍ରାମର ଆଶୁତୋଷ ଖୁଣ୍ଟିଆଙ୍କ ପତ୍ନୀ ଲିଜା ଖୁଣ୍ଟିଆ (୨୨) ବୋଲି ଜଣାପଡ଼ିଛି।

ମକଦ୍ଦମା ରୁଜୁ

ଅନ୍ୟପକ୍ଷରେ, ଲିଜା ପୂର୍ବରୁ ରୋଗଗ୍ରସ୍ତ ଥିଲେ ଏବଂ ଗତ ରାତିରେ ଖଟରୁ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ୱାମୀ ଆଶୁତୋଷ ସଫେଇ ଦେଇଛନ୍ତି। ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଥାନାରେ ଏକ ମକଦ୍ଦମା ରୁଜୁ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share