ବିଜେପିରେ ଯୋଗ ଦେବେ କି ସାମି ?

୧୭

ନୂଆଦିଲ୍ଲୀ: ପଦ୍ମ ଧରିବେ କି ସାମି ?  ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଏବେ ରାଜନୈତିକ ଚର୍ଚ୍ଚାରେ ରହିଛନ୍ତି । ରବିବାର ସାମି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସେ ବିଜେପିରେ ଯୋଗଦେବେ କି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ସାକ୍ଷାତ ସମୟରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ କୁଁୱର ବାସିତ ଅଲି ମଧ୍ୟ ଉପସ୍ଥିତ ଥିଲେ। ତେବେ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ତାହା ଜଣାପଡିନାହିଁ । ନଭେମ୍ବର ୬ ତାରିଖରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ୩୬ ବର୍ଷୀୟ ସାମି ।

Share