ନିକଟରେ ହୁମାୟୁନ କହିଥିଲେ ଯେ ସେ ବେଲଡାଙ୍ଗରେ ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କୌଣସି ଶକ୍ତି ତାଙ୍କୁ ଅଟକାଇପାରିବ ନାହିଁ। କଲକାତା ହାଇକୋର୍ଟଙ୍କ ଆଦେଶ ଅନୁସାରେ ସେ କାର୍ଯ୍ୟ କରିବେ। ବେଲଡାଙ୍ଗରେ କେବଳ ମସଜିତ ହେବନାହିଁ, ସେଠାରେ ଏକ ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ବି ନିର୍ମାଣ କରାଯିବ।
ଶନିବାର ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୪୦ ହଜାର ଲୋକଙ୍କ ପାଇଁ ବିରିୟାନୀ ପ୍ରସ୍ତୁତ ହୋଇଥିଲା। ଖାଦ୍ୟ ପାଇଁ ୩୦ ଲକ୍ଷ ଟଙ୍କାର ବିଲ୍ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହୁମାୟୁନ ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ଘୋଷଣା କରିବା ପରେ ଟିଏମସିରୁ ତାଙ୍କୁ ବିଦା କରାଯାଇଥିଲା।

