ଖବରପାଇ ପୁଲିସ ପହଞ୍ଚି ତଦନ୍ତ କରିଥିଲେ ହେଁ ଆକ୍ରମଣକାରୀଙ୍କୁ ଧରିପାରି ନାହିଁ। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ।
ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ ବନ୍ଧୁକଧାରି ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ, ୧୨ ବର୍ଷର ନାବାଳକ ଏବଂ ୧୬ ବର୍ଷର ନାବାଳିକା ରହିଛନ୍ତି। ଘଟଣାଟି ଘଟିଛି ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ ସହରରେ।
ସୂଚନା ଅନୁସାରେ, ସ୍ଥାନୀୟ ସମୟ ଅପରାହ୍ନ ୪ଟା ୩୦ରେ ୩ ଜଣ ଅଜଣା ବନ୍ଧୁକଧାରୀ ହଷ୍ଟେଲ ଭିତରକୁ ଅଚାନକ ପଶି ଗୁଳିମାଡ଼ କରିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ହଷ୍ଟେଲଟି ରକ୍ତ ରଞ୍ଜିତ ହୋଇଯାଇଥିଲା। ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।

