Gas cylinder

ଭୁବନେଶ୍ୱର : ଗ୍ୟାସ ଅଭାବ ସମୟରେ ଯୋଗାଣ ବିଭାଗର ବଡ଼ ପଦକ୍ଷେପ । ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର । ସହଜ ଉପଲବ୍ଧତା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। କଲେଜ ଓ ଶିଳ୍ପାଞ୍ଚଳ ନିକଟ ପେଟ୍ରୋଲ ପମ୍ପରେ ଗ୍ୟାସ୍ ମିଳିବ। ଆଇଡି କାର୍ଡ ଦେଖାଇ ସିଧାସଳଖ ପେଟ୍ରୋଲ ପମ୍ପରୁ ସିଲିଣ୍ଡର ନେଇପାରିବେ । ପ୍ରତ୍ୟେକ ପମ୍ପରେ ସୀମିତ ସଂଖ୍ୟକ ସିଲିଣ୍ଡର ରଖାଯିବ। ଚାହିଦା ଅନୁଯାୟୀ ହେବ ସପ୍ଲାଇ ବ୍ୟବସ୍ଥା । ଫଳରେ କଳାବଜାରି କମିବାର ଆଶା ରଖାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପେଟ୍ରୋଲ ପମ୍ପରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ ।

ପୂର୍ବରୁ ଶ୍ରମିକ ଓ ଛାତ୍ରଛାତ୍ରୀ ୫ କେଜି ଗ୍ୟାସ ସିଲିଣ୍ଡର କିଣିପାରିବେ ବୋଲି କୁହାଯାଇଛି । ସେମାନେ ପରିଚୟପତ୍ର ଦେଖାଇଲେ ୫ କେଜି LPG ପାଇପାରିବେ । ସେହିପରି e-KYC ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ସେପଟେ ୫ କେଜି ଗ୍ୟାସ୍ ର ଅବୈଧ ବିକ୍ରି ଉପରେ କଟଣା ଲଗାଯାଇଛି ।

Share