ଟାଙ୍ଗୀ : ନିଖୋଜ ୪ ମାସର ଶିଶୁପୁତ୍ର ମାଆ କୋଳକୁ ଫେରିଲା । ଗତକାଲି ଖୋର୍ଦ୍ଧା ରେଳମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ମାଆ କୋଳରୁ ୪ ମାସର ଶିଶୁ ପୁତ୍ର ଚୋରୀ ଅଭିଯୋଗ ହୋଇଥିଲା । ପିଲା ଚୋରି ନାଟକର ମୁଖ୍ୟ ଅଭିଯୁକ୍ତ ଶିଶୁର ନିଜ ବାପା ବୋଲି ସନ୍ଦେହ କରୁଛି ପୋଲିସ । ପୋଲିସ ସହାୟତାରେ ଶିଶୁ ପୁତ୍ରକୁ ନିଜ ଗାଁ ରଣପୁର ଥାନା କଳାମାଟିଆରୁ ଉଦ୍ଧାର ହୋଇଛି । ପ୍ରଶାନ୍ତକୁ GRP ଅଟକ ରଖି ଅଧିକ ତଦନ୍ତ କରୁଛି ।
ପାରିବାରିକ କଳହରୁ ଆରମ୍ଭ ହୋଇଛି ପିଲା ଚୋରି ନାଟକ । ପୋଲିସ କହିଛି ଖୁବ ଶୀଘ୍ର ପିଲାଚୋରି ରହସ୍ୟ ଉନ୍ମୋଚନ ହେବ । ଗତକାଲି ରାତିରେ ନିରାକାରପୁର ରେଳ ଷ୍ଟେସନରେ ପତିପତ୍ନୀ ଆଶ୍ରୟ ନେଇଥିଲେ । ଅଧରାତିରେ ମା କୋଳରୁ ପିଲା ହୋଇଥିଲା ଗାୟବ । ଏହା ପରେ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା ।

