ଭଞ୍ଜନଗର : ନାବାଳିକାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ପାଇଖାନା ଘରୁ ଉଦ୍ଧାର ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ନାବାଳିକାଙ୍କ ମାଇଁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଗତକାଲି ପୂର୍ବାହ୍ନରେ ନାବାଳିକା ଜଣକ ଘରୁ ବାହାରକୁ ଯାଇଥିଲେ । ପରେ ଆଉ ସେ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇନଥିଲେ ପରିବାର। ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାମୁ। ରାତିରେ ନାବାଳିକାଙ୍କ ମୃତଦେହ ମାମୁ ଘର ବାରିପଟେ ୨୦ ମିଟର ଦୂରରେ ଥିବା ପାଇଖାନା ଘରୁ ମିଳିଥିଲା । ନାବାଳିକାର ବେକରେ ଦାଗ ଥିଲା ଓ ମୃତଦେହକୁ ଜରିପାଲ ଘୋଡ଼ାଯାଇଥିଲା । ତେଣୁ ନାବାଳିକାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ SDPO ପହଞ୍ଚି ତଦନ୍ତ କରୁଛନ୍ତି ।

