ପୁରୀ : ପୁଣି ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଚଳନ୍ତି ଭଣ୍ଡାର ଗଣତି ପରେ ଆରମ୍ଭ ହୋଇଛି ବାହାର ରତ୍ନଭଣ୍ଡାର ଗଣତିମଣତି । ଦ୍ୱିତୀୟ ପର୍ଯ୍ୟାୟ ରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯାଉଛି । ଗତକାଲି ୨୦ ପ୍ରତିଶତ ଗଣତି ମଣତି ସରିଛି ଚଳିତ ସପ୍ତାହରେ ୪ ଦିନ ଓ ଆସନ୍ତା ସପ୍ତାହରେ ୪ ଦିନ ଗଣତି ମଣତି କରାଯିବ । ଗଣତି ପ୍ରକ୍ରିୟା ବେଳେ ଶ୍ରୀଜିଉଙ୍କ ନୀତିକାନ୍ତି ଅବ୍ୟାହତ ରହିବ । ଭିତରକାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାରକାଠ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି । ୧୯୭୮ ମସିହା ତାଲିକା ସହ ମେଳକ କରାଯିବ । ଏହାପରେ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ। ସଂପୂର୍ଣ୍ଣ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟାର ଫଟୋଗ୍ରାଫି ,ଭିଡିଓଗ୍ରାଫି ଓ 3 D mapping କରାଯାଉଛି। ଗତ ମାର୍ଚ୍ଚ ୨୫ ତାରିଖରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ସରିଛି । ବାହାର ରତ୍ନଭଣ୍ଡାର ଗଣତି ସରି ମେଳକ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତି ହେବ ।

