Tarini

ଘଟଗାଁ : ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ । ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର,ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ କରାଯାଇଥିଲା । ପରେ ମାଙ୍କୁ ସୁନାମୁକୁଟ, ସୁନାର ଚକ୍ଷୁ,ଚିତା,ସୁନାର ମୁଖ, ହୀରାର ନୁଥ ମାଙ୍କୁ ଆଭୂଷଣ କରି ବଡସିଂହାର ବେଶ କରାଯାଇଥିଲା । ରୀତିନୀତି ଅନୁସାରେ ଷୋଡଶ ଉପଚାରରେ ମାଆଙ୍କ ପୂଜା କରାଯିବ । ୭ଦିନ ଧରି ମା’ ତାରିଣୀ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

କେଉଁ ଆବାହନ କାଳରୁ ମା’ ଶାଳବଣରେ ପୂଜା ପାଇ ଆସୁଥିବ ବେଳେ ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପାଳିତ ହୋଇ ଆସୁଛି ମା’ଙ୍କ ଏହି ଚଇତି ପର୍ବ। ଚଇତି ପର୍ବରେ ମା’ ତାରିଣୀ ୭ ଦିନ ଧରି ସୁନାବେଶରେ ଭକ୍ତକୁ ଦର୍ଶନ ଦେଇଥା’ନ୍ତି । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତମାନଙ୍କ ଭିଡ଼ ମଧ୍ୟ ମା’ଙ୍କ ପୀଠରେ ଲାଗି ରହିଥାଏ। ଏଥିସହ ମା’ ତାରିଣୀଙ୍କ ସାସ୍କୃତିକ ମଣ୍ଡପର ବହୁ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥାଏ ।

Share