Pond

ଉମରକୋଟ : ପୋଖରୀରେ ବୁଡ଼ି ୩ ଶିଶୁ ମୃତ ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରା ଗାଁରେ ବଡ଼ ଅଘଟଣ ।  ଦୁଇ ପରିବାରର ତିନି ଶିଶୁ କନ୍ୟାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି ।  ସ୍କୁଲରୁ ଫେରି ପୋଖରୀକୁ ଗାଧୋବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ ମୃତ୍ୟୁ ହୋଇଛି ।  ସମସ୍ତଙ୍କ ବୟସ ୫ରୁ ୯ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ମୃତକ ସନ୍ଧ୍ୟା ଓ ସନ୍ଧିତା ଗୋଟିଏ ପରିବାରର ହେଇଥିବା ବେଳେ ଭୂମିକା ଅନ୍ୟ ଏକ ପରିବାରର ବୋଲି ଜଣାପଡିଛି ।  ତିନି ଜଣ ଝିଅ ବିଦ୍ୟାଳୟରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ଅସାବଧାନତା ଯୋଗୁ ପାଣିରେ ବୁଡି ମୃତ୍ୟୁ ହେଇଥିବା ଜଣାପଡିଛି ।  ଘଟଣାକୁ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Share