ସୋରଡ଼ା : ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ମାରପିଟ୍ । ରଣକ୍ଷେତ୍ର ପାଲଟିଲା ଦଣ୍ଡଯାତ୍ରା । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗଞ୍ଜାମ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏଭଳି ଘଟଣା । ହିଞ୍ଜିଳିକାଟୁ ସାନ ପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟି ମୁହାଁମୁହିଁ ହୋଇଥିଲେ । ଦଣ୍ଡୁଆଙ୍କ ଭିତରେ ମାରପିଟ୍ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ କେଉଁ କାରଣକୁ ନେଇ ଗଣ୍ଡଗୋଳ ହେଲା, ଏନେଇ କିଛି ସ୍ପଷ୍ଟ ହୋଇନି । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ତେବେ ସମାଜସେବୀଙ୍କ ସହାୟତାରେ ଗଣ୍ଡଗୋଳକୁ ରୋକାଯାଇଥିଲା । ପୋଲିସ ପହଞ୍ଚି ଘଟଣାତଦନ୍ତ କରୁଛି ।

