Green asha

ମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ କହିଛି କି, ୧୫୪୦୦ ଟନ ଏଲପିଜି ଧରି ଭାରତୀୟ ଜାହାଜ ପହଞ୍ଚିଛି । ଏହି ଜାହାଜ ୬ ଏପ୍ରିଲରେ ହର୍ମୁଜ ପ୍ରଣାଳୀକୁ ପାର୍ କରିଥିଲା । ଜାହାଜର ନାମ ଗ୍ରୀନ ଆଶା ।

ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଯୁଦ୍ଧ କରି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜଙ୍କୁ ବନ୍ଦ କରିଥିଲା । କେବଳ କିଛି ଦେଶ ଏହି ପ୍ରଣାଳୀ ଦେଇ ଯିବାଆସିବା କରିପାରୁଥିଲେ । ଏଥିରେ ଭାରତୀୟ ଜାହାଜକୁ ଯିବାଆସିବା ପାଇଁ ଅନୁମତି ମିଳୁଥିଲା ।

ଜବାହରଲାଲ ନେହରୁ ବନ୍ଦ ପ୍ରାଧିକରଣ ତରଫରୁ ଜାହାଜ ଗ୍ରୀନ ଆଶାକୁ ସ୍ବାଗତ କରାଯାଇଛି । ଏଥିରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରେ ଜେଏନପିଏ ପହଞ୍ଚିଥିବା ପ୍ରଥମ ଜାହାଜ, ଯାହା ୧୫,୪୦୦ ଟନ ଏଲପିଜି ଧରି ଭାରତ ପହଞ୍ଚିଛି ।

Share