Jd vance

ନୂଆଦିଲ୍ଲୀ : ଅଡୁଆ ହେଲା ଆଣବିକ ସର୍ତ୍ତ । ଆମେରିକା-ଇନାର ଆଲୋଚନା ବିଫଳ । ଆମେରିକା ସର୍ତ୍ତ ମାନିଲାନି ଇରାନ । ଇସଲାମାବାଦରେ ୨୧ ଘଣ୍ଟାର ଆଲୋଚନାରୁ ବାହାରିଲାନି ନିଷ୍କର୍ଷ । ଖାଲି ହାତରେ ଫେରିଲା ଆମେରିକା । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ଏହା ଆମେରିକା ପାଇଁ ଖରାପ ଖବର ଅପେକ୍ଷା ଇରାନ ପାଇଁ ବହୁତ ଖରାପ ଖବର । ଆମେ ବିନା ଚୁକ୍ତିରେ ଆମେରିକାକୁ ଫେରିଯାଉଛୁ ।

ଆମେରିକାର ବଡ଼ ସର୍ତ୍ତ ଥିଲା ଇରାନ ଆଣବିକ ଅସ୍ତ୍ର ପାଇବାକୁ ସବୁ ଉଦ୍ୟମ ପ୍ରତ୍ୟାହାର କରୁ । କିନ୍ତୁ ଇରାନ ଏହାକୁ ଗ୍ରହଣ କରିନାହିଁ । ଜେଡି ଭାନ୍ସ କହିଛନ୍ତି, ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଇରାନଠାରୁ ପ୍ରତିଶ୍ରୁତି ଚାହୁଁଛି ଆମେରିକା । ଆକ୍ରମଣରେ ଇରାନର ନ୍ୟୁକ୍ଲିଅର କେନ୍ଦ୍ରଗୁଡ଼ିକ ଧ୍ୱଂସ ହୋଇଛି । ଆଗକୁ ଇରାନ ଆଣବିକ କାର୍ଯ୍ୟକ୍ରମ ନ କରୁ ଏଥିଲାଗୁ ଏକ ଦୀର୍ଘକାଳୀନ ପ୍ରତିଶ୍ରୁତି ଦେଉ । କିନ୍ତୁ ଆମେରିକା ସର୍ତ୍ତ ମାନିନାହିଁ ଇରାନ।

ଆମେରିକା ଅଧିକ ଦାବି ରଖୁଛି ବୋଲି କହିଛି ଇରାନ । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଲ ବକାଇ କହିଛନ୍ତି, ଗଭୀର ଭାବେ ଆଲୋଚନା ହେଲା । କିନ୍ତୁ ଏହାର ସଫଳତା ବିରୋଧୀ ପକ୍ଷଙ୍କ ଉଦ୍ଦେଶ୍ୟ ଉପରେ ନିର୍ଭର କରୁଛି । ଅତ୍ୟଧିକ ଦାବି ନକରି ଇରାନ ବୈଧ ଅଧିକାରକୁ ଧ୍ୟାନରେ ରଖିବାକୁ ଅପିଲ କରିଛି ଇରାନ । ହର୍ମୁଜ ପ୍ରଣାଳୀ, ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ କରିବା ନେଇ ଆଲୋଚନା ହୋଇଥିବା ଇରାନ କହିଛନ୍ତି ।

Share