ବିହାର : ବିହାରରେ ନୀତିଶ କୁମାରଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେଲେ ସମ୍ରାଟ ଚୌଧୁରୀ । ବିହାରରେ ପ୍ରଥମ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ସମ୍ରାଟ ।
ସୂଚନାନୁଯାୟୀ, ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ । ଦିନ ୧୧ଟା ସମୟରେ ହେବ ଶପଥ ଗ୍ରହଣ ସମାରୋହ । କିଛି ସମୟ ପରେ ସରକାର ଗଠନ ପାଇଁ ଦାବି ରଖିବେ ସମ୍ରାଟ । ରାଜ୍ୟପାଳଙ୍କୁ ଭେଟି ଏହି ଦାବି ରଖିବେ ବୋଲି ସୂଚନା ମିଳିଛି ।
ସର୍ବକନିଷ୍ଠ ମନ୍ତ୍ରୀରୁ ବିଜେପିର ପ୍ରଥମ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସମ୍ରାଟ୍ ଚୌଧୁରୀ । ଛଅ ଥର ବିଧାୟକ ଶକୁନି ଚୌଧୁରୀଙ୍କ ପୁଅ ସମ୍ରାଟ୍ । ତେଣୁ ପରିବାରରେ ଥିଲା ରାଜନୈତିକ ମାହୋଲ । ଓବିସି ବର୍ଗର ‘କୁଶୱାହା’ ସମାଜର ପ୍ରମୁଖ ଚେହେରା ଭାବେ ଜଣାଶୁଣା ସେ । ପ୍ରଥମେ ଆରଜେଡିରେ ନିଜ ରାଜେନୖତିକ ଜୀବନ ଆରମ୍ଭ କରିଥିଲେ । ୧୯୯୯ରେ ରାବଡ଼ି ଦେବୀଙ୍କ ମନ୍ତ୍ରିମଣ୍ଡଳରେ ସର୍ବକନିଷ୍ଠ ମନ୍ତ୍ରୀ ହୋଇଥିଲେ । ପରେ ନୀତିଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇ ମନ୍ତ୍ରୀ ପଦ ସମ୍ଭଳିଲେ । ତେବେ ୨୦୧୭ରେ ବିଜେପିରେ ଯୋଗ ଦେବା ପରେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ିଥିଲା । ସେ ବିଜେପିର ପ୍ରମୁଖ ଚେହେରା ଭାବେ ଆଗକୁ ଆସିଲେ । ୨୦୨୩ରେ ବିହାର ବିଜେପିର ରାଜ୍ୟ ସଭାପତି ଦାୟିତ୍ୱ ନେଲେ । ଜାନୁଆରୀ ୨୦୨୪ରେ ହୋଇ ଥିଲେ ବିହାରର ଉପମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ବିହାର ବିଧାନ ପରିଷଦର ସଦସ୍ୟ ଅଛନ୍ତି ସମ୍ରାଟ୍ ଚୌଧୁରୀ । ଆଉ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ନେବେ ।

